This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ଉଦିତନଗର ଫିଟ୍ନେସ ପାର୍କରେ ଯୁବକକୁ ଅକ୍ରମଣ ଘଟଣାରେ ୨ ଯୁବକ ଗିରଫ
Raurkela M, Sundargarh | Aug 28, 2024
ଉଦିତନଗର ଫିଟ୍ନେସ ପାର୍କରେ ଯୁବକକୁ ଅକ୍ରମଣ ଘଟଣାରେ ୨ ଯୁବକ ଗିରଫ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଯୁବକ ୧୨ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ ଶେଷରେ ନିଜର ଜୀବନ ହାରିଛନ୍ତି। ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନଥିବା ଓହ୍ଲାଣୀ ଗାଁର ଜୟସିଂହ ବଡାଇକ୍ଙ୍କର ମଙ୍ଗଳବାର ରାତିରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଜୟସିଂହ ନିଜ ବାନ୍ଧବୀଙ୍କ ସହ ଗତ ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସରେ ରାଉରକେଲା ବୁଲିବାକୁ ଆସିଥିଲେ। ସନ୍ଧ୍ୟାରେ ଉଭୟ ଉଦିତନଗର ସ୍ଥିତ ଫିଟ୍ନେସ ପାର୍କରେ ବୁଲାବୁଲି କରୁଥିଲେ।