This browser does not support the video element.
ଗୋବିନ୍ଦପୁର: ବାମରା କଂଗ୍ରେସ ଅଫିସ ଠାରେ କଂଗ୍ରେସ ପକ୍ଷରୁ ସାଙ୍ଗଠନିକ ସଭା ଅନୁଷ୍ଠିତ
Govindpur, Sambalpur | Aug 21, 2025
ବାମରା ସ୍ଥିତ କଙ୍ଗ୍ରେସ ଅଫିସ ଠାରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇ ଯାଇଛି। ଗୁରୁବାର ଦିନ ଆୟୋଜିତ ହୋଇଥିବା ଉକ୍ତ ବୈଠକ ରେ ବାମରା, କୁଚିଣ୍ଡା ଓ ଜମନକିରା ବ୍ଲକ ରୁ କଂଗ୍ରେସ ର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିବା ବେଳେ କଙ୍ଗ୍ରେସ ଦଳ ର ଆଗାମୀ କାର୍ଯ୍ୟପନ୍ଥା, ବର୍ତ୍ତମାନ ସମୟରେ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଦଳର ଆଭିମୁଖ୍ୟ ସମେତ ଅନ୍ୟାନ୍ୟ ବିଷୟ କୁ ନେଇ ଉକ୍ତ ବୈଠକ ରେ ଆଲୋଚନା ହେବା ସହ ବ୍ଲକ ସଭାପତି ଚୟନ ପାଇଁ ପ୍ରଦେଶ କଙ୍ଗ୍ରେସ କମିଟି କୁ ପ୍ରସ୍ତାବ ପଠାଯାଇଥିବା ସୂଚନା ରହିଛି।