Download Now Banner

This browser does not support the video element.

ଢେଙ୍କାନାଳ ସଦର: କୋଏମ୍ବାଟୁର୍ ‘ଇଶା ଫାଉଣ୍ଡେସନ୍‌’ ପକ୍ଷରୁ ହିନ୍ଦୋଳ ପାରିକୂଳରେ ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଟ୍

Dhenkanal Sadar, Dhenkanal | Aug 30, 2025
ତାମିଲ୍‌ନାଡୁ କୋଇମ୍ବାଟୁର୍‌ର ସଦ୍‌ଗୁରୁଙ୍କ ଦ୍ଵାରା ସଂସ୍ଥାପିତ ‘ଇଶା ଫାଉଣ୍ଡେସନ୍‌' ପକ୍ଷରୁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଇକ ପୁରୁଣାକୋଟସ୍ଥିତ ପାରିକୂଳ ହାଇସ୍କୁଲ୍ ପଡିଆରେ ଜିଲ୍ଲାସ୍ତରୀୟ ଦୁଇଦିନିଆ ଭଲିବଲ୍ ଟୁର୍ଣ୍ଣାମେଟ୍ ଶନିବାର ମଧ୍ୟାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଟ୍‌ରେ ୨୨ଟି ଦଳ ଭାଗ ନେଇଛନ୍ତି । ଟୁର୍ଣ୍ଣାମେଟ୍‌ର ଚମ୍ପିୟାନ୍ ଦଳକୁ ୧୦ ହଜାର ଟଙ୍କା, ରନର୍ସଅପ୍‌କୁ ୭ ହଜାର ଟଙ୍କା, ତୃତୀୟ ଦଳକୁ ୫ହଜାର ଟଙ୍କା ଏବଂ ୪ର୍ଥ ସ୍ଥାନ ପାଇଥିବା ଦଳକୁ ୩ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ।
Read More News
T & CPrivacy PolicyContact Us