This browser does not support the video element.
ଧର୍ମଶାଳା: ବାଲିସାହି ନିକଟ ଜାତୀୟ ରାଜପଥ ଅବରୋଧ କରିଥିବା ପରିବାର ବର୍ଗଙ୍କ ସହିତ ଆଲୋଚନା କଲେ ବିଧାୟକ ହିମାଂଶୁ ଶେଖର ସାହୁ
Dharmasala, Jajpur | Sep 7, 2025
53 ନଂ ଜାତୀୟରାଜପଥ ସମ୍ପ୍ରସାରଣରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଘଟଣାରେ କ୍ଷତି ପୂରଣ ଦାବିରେ ଆନ୍ଦୋଳନ କରାଯାଇଥିଲା । ପରେ ଧର୍ମଶାଳା ଅତିରିକ୍ତ ତହସିଲଦାର ଭବେଶ କୁମାର ମାଝୀ ଓ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହିତ କ୍ଷତି ପୂରଣ ସହିତ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା ।