This browser does not support the video element.
ଭଟଲି: ଚଡେଇଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଓ ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ କ୍ଲସ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
Bhatli, Bargarh (Baragarh) | Sep 6, 2025
ଚଡେଇଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଓ ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ କ୍ଲସ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ଯୋଗଦେଲେ ଭଟଲି ବିଇଓ। ଆଜି ଶନିବାର ଦିନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭଟଲି ବ୍ଳକ ଚଡେଇଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଓ ଏଫ୍.ଏଲ.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ୨୦୨୫-୨୬ ଶିକ୍ଷାବର୍ଷର ତୃତୀୟ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା। ଚଡେଇଗାଁ କେନ୍ଦ୍ର ସାଧନ ସଂଯୋଜକ ରୋହିତ କୁମାର ମହାନନ୍ଦଙ୍କ ଅଧ୍ୟକ୍ଷତାରେ ତଥା ଶିବିର ମୁଖ୍ୟ ପ୍ରଧାନ ଶିକ୍ଷକ ପିଉସାଗର ଜଗଦଳା ଙ୍କ ତତ୍ତ୍ୱାବଧାନରେ ହୋଇଥିଲା।