This browser does not support the video element.
ଉଦଳା: ଉଦଳାର ଜିରିଡା ପୋଲ ଉପରୁ ଡେଇଁ ପଡିଲେ ଯୁବକ; ୧୨ ଘଣ୍ଟା ପରେ ମିଳିଲା ମୃତ ଦେହ
Udala, Mayurbhanj | Aug 21, 2025
ଗତକାଲି ରାତିରେ ଉଦଳା ଜିରିଡା ପୋଲ ଉପରୁ ଶୁନ ନଦୀ କୁ ଡେଇଁ ପଡିଲେ ଯୁବକ। ନିଜ ସାଙ୍ଗ ସହିତ ବାଇକରେ ଆସିଲେ ଆଉ ଅଚାନକ ଗାଡି ରୁ ଓହ୍ଲାଇ ଦୌଡ଼ି ଯାଇ ପୋଲ ଉପରୁ ତଳକୁ ଡେଇଁ ପଡିଲେ। ଯୁବକ ଜଣକ ହେଲେ ଉଦଳା ଥାନା ଏନଏସି ୯ ନମ୍ବର ୱାର୍ଡର ଅସୀମ ଅମିତାଭ ବିଶ୍ୱାଳ। ଆଜି ଅର୍ଥାତ ଗୁରୁବାର ସକାଳୁ ଓଡ୍ରାଫ ଟିମ ସହ ଉଦଳା ଏବଂ କପ୍ତିପଦା ଅଗ୍ନିଶମ ବିଭାଗ ନଦୀରେ ସର୍ଚ୍ଚ ଆପରେନ କରିବା ପରେ ପୋଲ ତୋଳୁ ମାତ୍ର ୫୦ ମିଟର ଦୂରରେ ଯୁବକ ଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା l ଏହାପରେ ଅଗ୍ନିଶମ ବିଭାଗ ମୃତ ଦେହ କୁ ଉଦ୍ଧାର କରିଥିଲେ l