This browser does not support the video element.
ମାଲକାନଗିରି: ଖଇରପୁଟ କଲ୍ୟାଣ ମଣ୍ଡପରେ ବିଜେପି ପକ୍ଷରୁ ନୂତନ ମଣ୍ଡଳ କମିଟିର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲା ସଭାପତି
Malkangiri, Malkangiri | Aug 31, 2025
ଆଜି ମାଲକାନଗିରି ଜିଲ୍ଲା ଖଇରପୁଟ କଲ୍ୟାଣ ମଣ୍ଡପରେ ବିଜେପି ପକ୍ଷରୁ ନୂତନ ମଣ୍ଡଳ କମିଟିର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭା ବିଜେପି ଖଇରପୁଟ ମଣ୍ଡଳ ସଭାପତି ଜ୍ୟୋତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ହୋଇଥିବା ବେଳେ ବିଜେପି ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା, ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବରୁ ଶିଶା, ଜିଲ୍ଲା ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବତୀ ପ୍ରମୁଖ ମଞ୍ଚରେ ମଞ୍ଚାସିନ ଥିଲେ। ଜିଲ୍ଲା ସଭାପତି ନୂତନ ମଣ୍ଡଳ କମିଟିର ସମସ୍ତଙ୍କ ନାମ ଘୋଷଣା କରିବା ସହ ସମସ୍ତଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।