This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ସହରର ହେମକାପଦା ଛକ ଠାରେ ଅଜଣା ବୃଦ୍ଧ ରିକ୍ସା ଚାଳକଙ୍କ ମୃତଦେହ ଉଦ୍ଧାର
Baleshwar M, Balasore | Sep 8, 2025
ଆଜି ଦିନ ୨ଟାରେ ସହରର ଟାଉନ ଥାନା ହେମକାପଦା ଛକ ନିକଟରେ ଥିବା ଏକ କ୍ୟାବିନ ଭିତରୁ ଜଣେ ଅଜଣା ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିଙ୍କ ଆନୁମାନିକ ବୟସ ୬୫ ବର୍ଷ ହେବ। ସ୍ଥାନୀୟ ଲୋକେ ତାଙ୍କୁ କ୍ୟାବିନରେ ପଡିଥିବାର ଦେଖି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଚିକିତ୍ସାଳୟର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ମୃତ ଦେହକୁ ବ୍ୟବଚ୍ଛେଦ କରାଯାଇଛି।ସ୍ଥାନୀୟ ଲୋକଙ୍କ କହିବା କଥା ବୃଦ୍ଧ ଜଣକ ଏଠାରେ ଦୀର୍ଘ ଦିନ ଧରି ରହି ଆସୁଥିଲେ। ଚଳିବା ପାଇଁ ରିକ୍ସା ଚଳାଇ ଆସୁଥିଲେ।