This browser does not support the video element.
ଢେଙ୍କାନାଳ ସଦର: ସାଂକୁଲେଇ ଗ୍ରାମ ପଞ୍ଚାୟତରେ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ
Dhenkanal Sadar, Dhenkanal | Aug 22, 2025
ଢ଼େଙ୍କାନାଳ ସଦର ବ୍ଲକ ସାଂକୁଲେଇ ଗ୍ରାମ ପଞ୍ଚାୟତରେ ସରପଞ୍ଚଙ୍କ ବିରୋଧରେ ଶୁକ୍ରବାର ଦିନ ଅନାସ୍ଥା ଭୋଟ ହୋଇଯାଇଛିା ସରପଞ୍ଚଙ୍କର ମନମୁଖି କାର୍ଯ୍ୟରେ ୱାର୍ଡ ମେମ୍ବର ମାନେ ଅତିଷ୍ଠ ହୋଇ ଅନାସ୍ଥା ଆଣିଥିଲେ । ଆଜି ପରାପଞ୍ଚ କଳ୍ପନା ରାଜଙ୍କ ବିରୋଧରେ ଅନାସ୍ଥା ଭୋଟ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହୋଇଛି। ପଞ୍ଚାୟତର ସମୁଦାୟ ୧୩ ଜଣ ୱାର୍ଡ ମେମ୍ବରଙ୍କ ମଧ୍ୟରୁ ୨ଟି ୱାର୍ଡରେ ଭୋଟ ହୋଇନାହିଁ ଏବଂ ଅନ୍ୟ ଏକ ୱାର୍ଡର ୱାର୍ଡ ମେମ୍ବରଙ୍କ ଅକାଳ ବିୟୋଗ ହୋଇଛି । ଏଥିପାଇଁ ସମୁଦାୟ ୧୦ଜଣ ୱାର୍ଡ ମେମ୍ବରଙ୍କ ମଧ୍ୟରୁ ୯ ଜଣ ଭୋଟରେ ଉପସ୍ଥିତ ଥିଲେ । ସରପଞ୍ଚ ମଧ୍ୟ ଅନୁପସ୍ଥିତିଥିଲେ ।