This browser does not support the video element.
ଉମରକୋଟ: ଗାଧୋଇବା ସମୟରେ ପାଣିରେ ବୁଲିଗଲେ ବବୁଲୁ ଗଣ୍ଡ
Umarkote, Nabarangpur | Oct 7, 2025
ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେହେଡା ପଞ୍ଚାୟତ ଅନ୍ତର୍ଗତ ରତନଗୁଡା ଗ୍ରାମରେ ଆଜି ଗୋଟେ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଦେବି ଗଣ୍ଡଙ୍କ ପୁଅ ବବଲୁ ଗଣ୍ଡ ସକାଳୁ କିଛି ଛୋଟ ପିଲାମାନଙ୍କ ସହ ଗାଧେଇବା ପାଇଁ ପୋଖରୀକୁ ଯାଇଥିଲେ। ଗାଧେଇବା ସମୟରେ ହଠାତ୍ ତାଙ୍କ ଗୋଡ଼ ଖସିଯାଇଥିଲା ଓ ସେ ଗଭୀର ପୋଖରୀରେ ପଡ଼ିଯାଇଥିଲେ। ପୋଖରୀରେ ପାଣି ବହୁତ ଥିବା ସହିତ ସ୍ଥାନଟି କାଦୁଆ ଥିବାରୁ ବବଲୁ ବାହାରିପାରିନଥିଲେ। ତାଙ୍କ ସହିତ ଥିବା ଅନ୍ୟ ପିଲାମାନେ ଭୟଭୀତ ହୋଇ ଗ୍ରାମକୁ ଫେରି ଆସି ଘଟଣା ବିଷୟରେ ଜଣାଇଥିଲେ ଯେ ବବଲୁ ପୋଖରୀରେ ବୁଡ଼ିଯାଇଛନ୍ତି। ଘଟଣା ଶୁଣି ଗ୍ରାମବାସୀ ଓ ପରିବାରଲୋକ ପୋଖରୀ