This browser does not support the video element.
ଖଲ୍ଲିକୋଟ୍: ପୁରୁଷୋତ୍ତମପୁର ରେ ପୋଲିସ ର ଅପରେସନ ପ୍ରହାର; ତିନୋଟି ଦୋକାନରେ ଚଢ଼ାଉ
Khalikote, Ganjam | Sep 3, 2025
ନିଶା କାରବାର କୁ ରୋକିବା ପାଇଁ ଗଞ୍ଜାମ ପୋଲିସ ଆରମ୍ଭ କରିଛି ଅପରେସନ ପ୍ରହାର । ଏହି ଅପରେସନ ପ୍ରହାର ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ଉ ଜାରି ରଖି ଥିବା ବେଳେ ଆଜି ଅପରାହ୍ନ ପ୍ରାୟ ୪ ଟା ସମୟରେ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ତିନୋଟି ତାମ୍ବାଖୁ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା । ବିଭିନ୍ନ ଗୁଟଖା ଓ ସିଗାରେଟ ଜବତ କରାଯିବା ସହ ଦୋକାନୀ ମାଲିକ ଙ୍କୁ ତାଗିଦ୍ କରାଯାଇଥିଲା । ତେବେ ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ନିଶା ବ୍ୟବସାୟ କୁ ରୋକିବା ପାଇଁ ପୋଲିସ ଏହି ଅଭିନବ ପ୍ରୟାସ ଆରମ୍ଭ କରିଛି ।