This browser does not support the video element.
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଡୁମାକୁମ୍ପା ଗ୍ରାମ ର ମା ବଡରାଉଳ ମନ୍ଦିର ଠାରେ କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
Bhanjanagar, Ganjam | Sep 10, 2025
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଡୁମାକୁମ୍ପା ଗ୍ରାମ ର ମା ବଡରାଉଳ ମନ୍ଦିର ଠାରେ କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମ୍ମିଳନୀ ଆଜି ଦିନ 12 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବାର ଖବର ମିଳିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା କୁଲୁ ଭୂୟାଁ ଯୋଗ ଦେଇ କଂଗ୍ରେସ କୁ ମଜଭୁତ କରିବା ପାଇଁ ଆହ୍ବାନ ଦେଇଥିଲେ । ଏଥିସହ ବିଭିନ୍ନ ଗ୍ରାମ ପଞ୍ଚାୟତ ରେ ହେଉଥିବା ଦୁର୍ନୀତି କାର୍ଯ୍ୟର ପର୍ଦ୍ଦାଫାସ କରିବା ସହ ଗାଁ ଗାଁରେ କଂଗ୍ରେସ କର୍ମୀଙ୍କୁ ସଙ୍ଗଠିତ କରିବା ପାଇଁ ବରିଷ୍ଠ କଂଗ୍ରେସ ନେତା କୁଲୁ ଭୂୟାଁ ନିବେଦନ କରିଥିଲେ ।