Download Now Banner

This browser does not support the video element.

କଟକ ପୌରାଞ୍ଚଳ: ୧୬ ନଂ ଜାତୀୟ ରାଜପଥ ଚଟିଲ ଗଡ଼ାରେ ମଙ୍ଗଳବାର ଆମ ବସ ଓ ଗ୍ୟାସ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଘଟି ୧୪ ଜଣ ଆହତ ହୋଇଛନ୍ତି

Cuttack M Corp PS, Cuttack | Sep 9, 2025
୧୬ ନଂ ଜାତୀୟ ରାଜପଥ ଚଟିଲ ଗଡ଼ାରେ ଆମ ବସ ଓ ଗ୍ୟାସ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଘଟି ମଙ୍ଗଳବାର ଦିନ ୧୧ ରେ ୧୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ରହିଥିବା ସୂଚନା ରହିଛି। ଆହତ ମାନଙ୍କୁ ଟାଙ୍ଗୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଦ୍ୱୟ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତ ମାନଙ୍କ ମଧ୍ୟରେ ୭ ଜଣ ଟାଙ୍ଗୀ ସ୍ଥିତ ଘରୋଇ ମେଡିକାଲ କଲେଜର ଫିଜିଓଥେରାପି ବିଭାଗର ଛାତ୍ର ରହିଥିବା ବେଳେ ୨ ଜଣ ବସ କର୍ମଚାରୀ ଓ ଅନ୍ୟମାନେ ବସରେ ଯାତ୍ରା କରୁଥିବା ଯାତ୍ରୀ ବୋଲି ସୂଚନା ରହିଛି।
Read More News
T & CPrivacy PolicyContact Us