This browser does not support the video element.
ବୌଦ୍ଧ ସଦର: ପିଙ୍ଗଲବେଡା ଗ୍ରାମ ଏରିଆରେ ଚାଲି ଥିବା ମଦ ତିଆରି ଆଡାରେ ବୌଦ୍ଧ ଅବକାରୀ ପୋଲିସ ଚଢ଼ାଉ ୨୮୦କେଜି ପୋଚ ସହିତ ୧୮ଲିଟର ମଦ ଜବତ କରି ନଷ୍ଟ
Baudh Sadar, Boudh (Bauda) | Oct 4, 2025
ଆଜି ସନ୍ଧ୍ୟା ୭.୫ସମୟରେ ଜିଲ୍ଲା ଅବକାରୀ ଅଧିକାରୀ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୁଚନା ଅନୁସାରେ l ବୌଦ୍ଧ ବ୍ଲକ ଅନ୍ତର୍ଗତ ବିଙ୍ଗଲବେଡା ଗ୍ରାମର ଏରିଆରେ ମହୁଲି ମଦ ତିଆରି ହେଉଥିବା ନେଇ ବୌଦ୍ଧ ଅବକାରୀ ପୋଲିସ ଖବର ପାଇଥିଲା l ଖବର ପାଇଲା ପରେ ଆଜି ସକାଳ ପାଖାପାଖି ୧୧.୩୦ସମୟରେ, ବୌଦ୍ଧ ଅବକାରୀ ଥନାର ଇନସ୍ପେକଟର ଗଦାଧର ମହାରଣାଙ୍କ ନେତୃତ୍ୱରେ ଏକ ଟିମ ବାଉସୁଣୀ ଥାନା ଅନ୍ତର୍ଗତ ପିଙ୍ଗଲବେଡାରେ ଚଢ଼ାଉ କେଇଥିଲା l ଏହି ଚଢ଼ାଉରେ ଗ୍ରାମର ଏରିଆରୁ ୨୮୦କେଜି ମହୁଲ ପୋଚ ଓ ୧୮ଲିଟର ରନ୍ଦା ମହୁଲି ମଦକୁ ଜବତ କରି ନଷ୍ଟ କରିଛନ୍ତି l