Download Now Banner

This browser does not support the video element.

ଯୋଡା: ବିଲେଇପଦାଠାରେ ହମ୍ପସରେ ବାଇକ ପଡ଼ି ଦୁର୍ଘଟଣାଗ୍ରସ୍ତ, ୩ ଜଣ ଗୁରୁତର

Joda, Kendujhar | Apr 3, 2024
ବିଲେଇପଦାଠାରେ ହମ୍ପସରେ ବାଇକ ପଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୩ ଜଣ ଗୁରୁତର ହୋଇଛନ୍ତି। ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ଓଡି୦୯ଭି୪୧୨୩ ନମ୍ବର ବିଶିଷ୍ଟ ବାଇକ ଯୋଗେ ୩ ଜଣ ରିମୁଳି ପଟୁ ଯୋଡା ଅଭିମୁଖେ ଆସୁଥିବା ବେଳେ ୫୨୦ ନଂ ଜାତୀୟ ରାଜପଥର ବିଲେଇପଦାଠାରେ ନୂତନ ଭାବେ ନିର୍ମିତ ହୋଇଥିବା ହମ୍ପସରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ବାଇକରେ ଥିବା ମାଟକାମବେଡ଼ାର ରୋହିତ ଗୋପ, ପ୍ରଭାକର ଗୋପ ଓ ପର୍ଶଳା ଅଞ୍ଚଳର ପଞ୍ଚାନନ ଗୋପ ଗୁରୁତର ଆହତ ହୋଇଛନ୍ତି।
Read More News
T & CPrivacy PolicyContact Us