This browser does not support the video element.
ବରଗଡ: ଗାନ୍ଧୀ ଭବନରେ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଅନୁଷ୍ଠିତ ହେଲା ନୂଆଁଖାଇ ଜୋଟଜାଟ କାର୍ଯ୍ୟକ୍ରମ, ଯୋଗଦେଲେ ସ୍ଥାନୀୟ ବିଧାୟକ
Bargarh, Bargarh (Baragarh) | Aug 24, 2025
ବରଗଡ଼ର ଗାନ୍ଧୀ ଭବନ ଠାରେ ସମ୍ବିଧାନ ସୁରକ୍ଷା ମଞ୍ଚ ଆନୁକୂଲ୍ୟରେ ରବିବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ 10 ତମ ନୂଆଁଖାଇ ଜୋଟଜାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ନୂଆଁଖାଇ ପୂର୍ବରୁ ନୂଆଁ ଖାଇବା ପାଇଁ ଲୋକେ ନିଜ ପାଇଁ ନୂଆଁ ଧାନ,ଡାଲି,ତେଲ,ବସ୍ତ୍ର ସହ ଅନ୍ୟ ସାମଗ୍ରୀ କିଣି ଥାଆନ୍ତି । ତେବେ ନୂଆଁଖାଇରେ ଗରିବ ଅସହାୟ ମାନେ କିପରି ଏହି ପଶ୍ଚିମ ଓଡିଶାର ଗଣପର୍ବ ଧୁମ ଧାମ ଓ ଉତ୍ସାହରେ ପାଳନ କରି ପାରିବେ ସେନେଇ ଏକ ନିଆରା କାର୍ଯ୍ୟକ୍ରମ ନୂଆଁଖାଇ ଜୋଟଜାଟ ଅନୁଷ୍ଠିତ କରାଯାଇଛି | ଏହି ଅବସରରେ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ନୂଆଁଖାଇର ଅଢିଆ ବଣ୍ଟନ କରାଇଥିଲା ।