This browser does not support the video element.
ଗୋବିନ୍ଦପୁର: ବାମରା ମସଜିଦ ପଡ଼ା ରୁ ବାଇକ୍ ଚୋରି, ତଦନ୍ତ ଆରମ୍ଭ କଲା ପୋଲିସ
Govindpur, Sambalpur | Sep 9, 2025
ବାମରା ମସଜିଦ ପଡ଼ାର ଏମଡି ଆଦିଲ ନିଜ ଘର ପାଖରେ ନିଜ HF ଡିଲକ୍ସ ବାଇକ୍ ରଖିଥିବା ବେଳେ ଗତ ସୋମବାର ରାତିରେ ଜଣେ ଦୃର୍ବୁତ୍ତ ଉକ୍ତ ବାଇକ୍ କୁ ଚୋରି କରି ନେଇ ଯାଇଛି। ସକାଳୁ ଘର ପାଖରେ ବାଇକ୍ ନଥିବା ଦେଖି ଆଦିଲ୍ ସବୁ ଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ବାଇକ୍ ର କୌଣସି ସନ୍ଧାନ ନ ମିଳିବାରୁ, ସେ ଏନେଇ ଗୋବିନ୍ଦପୁର ଥାନା ରେ ଲିଖିତ ଅଭିଯୋଗ କରିଥିବା ସୂଚନା ରହିଛି। ଅଭିଯୋଗ କୁ ଭିତ୍ତିକରି ପୋଲିସ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ମସଜିଦ ରେ ଲାଗିଥିବା CC TV ସମେତ ଆଖପାଖ ଅଞ୍ଚଳ ରେ ଲାଗିଥିବା କ୍ୟାମେରା ଗୁଡ଼ିକୁ ଯାଞ୍ଚ କରିଥିବା ସୂଚନା ରହିଛି।