Download Now Banner

This browser does not support the video element.

ଢେଙ୍କାନାଳ ସଦର: ସିମିଳିଆ ଗ୍ରାମ ନିକଟରେ ବିଦ୍ୟୁତ ଆଘାତରେ ଯୁବକ ମୃତ

Dhenkanal Sadar, Dhenkanal | Sep 29, 2025
ଢେଙ୍କାନାଳ ଟାଉନ ଥାନା ସିମିଳିଆ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗ୍ରାମ ନିକଟରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକ ଯୁବକ ଲଗନ ବେହେରାଙ୍କ ପୁଅ ଶୁଭମ ବେହେରା ବୋଲି ଜଣା ପଡ଼ିଛି। କୌଣସି କାରଣରୁ ଶୁଭମ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ଥିବା ବେଳେ ତାଙ୍କ ସାଥିମାନେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ରବିବାର ରାତି ୧୦ଟାରେ ମୁଖ୍ୟ ଚିକିତ୍ସାଳୟଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
Read More News
T & CPrivacy PolicyContact Us