This browser does not support the video element.
ଡାବୁଗାଁ: ପାପଡାହାଣ୍ଡି ସରକାରି ଲାଲ ବାହାଦୂର ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଗୁରୁଦିବସ ପାଳିତ
Dabugan, Nabarangpur | Sep 5, 2025
ଆଜି ପାପଡାହାଣ୍ଡି ସରକାରି ଲାଲ ବାହାଦୂର ଉଚ୍ଚବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ରତିକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କୋଷାଗୁମୁଡ଼ା ଗୋଷ୍ଠି ଶିକ୍ଷାଧିକାରୀ ସମରେନ୍ଦ୍ର ଭୌମିକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ରାଜ୍ୟ ସଭାପତି ରମଣୀ ରଂଜନ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ମଞ୍ଚାସୀନ ଥିଲେ।ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଂଯୋଜକ ଜଗନ୍ନାଥ ମାଝୀ ପ୍ରମୁଖ ଯୋଗଦେଇଥିଲେ |