Download Now Banner

This browser does not support the video element.

ଆଳି: ବାଲିସାହି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ, ମାଆ-ପୁଅ ଗୁରୁତର

Aali, Kendrapara | Mar 16, 2024
ଶୁକ୍ରବାର ବିଳମ୍ବିତ ରାତିରେ ଆଳି ଥାନା ଅଧୀନ ଭୂଇଁପୁର ପଞ୍ଚାୟତ ବାଲିସାହି ଗ୍ରାମର ଗୋଟିଏ ପରିବାର ଉପରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ ହୋଇଛି । ଏଥିରେ ମା’ ଓ ପୁଅ ଗୁରୁତର ଆହତ ହୋଇ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସଂଘବଦ୍ଧ ଆକ୍ରମଣ ଯୋଗୁଁ ମା’ ମିଞ୍ଜୁଲତା ରାଉତ ଓ ପୁଅ ଚିନ୍ମୟ ରାଉତଙ୍କ ମୁଣ୍ଡ, ନାକ ସମେତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି । ଏବେ ସୁଦ୍ଧା ଆଳି ଥାନାରେ ଏ ସମ୍ପର୍କରେ କୌଣସି ଅଭିଯୋଗ ହୋଇନଥିବା ଜଣା ପଡ଼ିଛି ।
Read More News
T & CPrivacy PolicyContact Us