This browser does not support the video element.
ତିର୍ତ୍ତୋଲ: ହାଜିପୁର ଗ୍ରାମରେ ନଣନ୍ଦର ଆକ୍ରମଣରେ ଭାଉଜ ଆହତ, ଥାନାରେ ଅଭିଯୋଗ
Tirtol, Jagatsinghpur | Apr 20, 2024
ତେନ୍ତୁଳିପଦା ପଞ୍ଚାୟତ ଅନ୍ତର୍ଗତ ହାଜିପୁର ଗ୍ରାମର ଭାଉଜ ସ୍ବପ୍ନା ରାଉତଙ୍କୁ ନଣନ୍ଦ ଆକ୍ରମଣ କରିଥିବା ନେଇ ଶନିବାର ଥାନାରେ ଅଭିଯୋଗ ହୋଇଛି। ତାଙ୍କ ବିବାହିତା ନଣନ୍ଦ ଦୀର୍ଘ ଦିନ ହେବ ଶାଶୂ ଘରୁ ଆସି ଏଠାରେ ରହୁଥିବା ବେଳେ ଅନେକ ସମୟରେ ବିିଭିନ୍ନ କାରଣରୁ ତାଙ୍କ ସହ ଝଗଡା କରନ୍ତି। ଆଜି ସେ ବିନା କାରଣରେ ତାଙ୍କ ସହ ଝଗଡା କରିଥିଲେ। ସେ ଏହାର ପ୍ରତିବାଦ କରିବାରୁ ସେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି।