Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ସପ୍ତାହବ୍ୟାପୀ ଆନ୍ଦୋଳନର ଶେଷ ଦିନରେ ଯୋଗ ଦେଲେ ବିଧାୟକ

Baleshwar M, Balasore | Aug 22, 2025
ବାଲେଶ୍ଵର ଜିଲ୍ଲାରେ ଉନ୍ନତ ସ୍ବାସ୍ଥ୍ୟସେବା ଦାବିକରି ଗତ ୧୮ ତାରିଖ ରୁ ୨୨ତାରିଖ ସପ୍ତାହବ୍ୟାପୀ ଗଣଧାରଣା ର ଆଜି ଶେଷ ଦିବସ।ଏହି ଶେଷ ଦିବସରେ ବିଧାୟକ,ପୂର୍ବତନ ବିଧାୟକ ଓ ଜିଲ୍ଲାପରିଷଦ ସଭାପତି ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଗଣଧାରଣା ରେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ଦିନ ୧୨ ଟାରେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଗଣଧାରଣା ରେ ଯୋଗ ଦେଇ ଜିଲ୍ଲାରେ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଦାବି କରିଥିଲେ।ଏହି ଧାରଣାରେ ପୂର୍ବତନ ବିଧାୟକ ପ୍ରଦୀପ୍ତ କୁମାର ପଣ୍ଡା,ଜିଲ୍ଲାପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।
Read More News
T & CPrivacy PolicyContact Us