This browser does not support the video element.
ହିନ୍ଦୋଳ: କନକା ଗ୍ରାମରେ ଘର ଭିତରୁ ଦେଢ଼ ବର୍ଷର ଶିଶୁପୁତ୍ର ନିଖୋଜ, ପୋଲିସର ତଦନ୍ତ ଆରମ୍ଭ
Hindol, Dhenkanal | Aug 30, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ଅନ୍ତର୍ଗତ କନକା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା।ଗତକାଲି ମଧ୍ୟାହ୍ନରେ କନିକା ଗ୍ରାମର ହୃଦାନନ୍ଦ ପ୍ରଧାନ ଘରେ କାମକୁ ଯିବାପରେ ସ୍ତ୍ରୀ ବର୍ଷା ପ୍ରଧାନ ଦେଢ଼ ବର୍ଷର ଶିଶୁପୁତ୍ରକୁଘରେ ଛାଡ଼ି ଘରପଛପଟ ଜଙ୍ଗଲକୁ ଛେଳି ଛାଡ଼ିବାକୁ ଯାଇଥିଲେ।ଛେଳି ଛାଡି ଆସିବା ପରେ ଦେଖେତ ଘରେ ପୁଅ ନାହିଁ।୫ ମିନିଟ ବ୍ୟବଧାନରେ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ବହୁ ଖୋଜାଖୋଜି ପରେ ପୁଅକୁ ନପାଇବାରୁ ପରିବାର ଲୋକେ ରାସୋଳ ଥାନାରେ ପୁଅ ନିଖୋଜ ହୋଇଥିବାର ଅଭିଯୋଗ କରିଥିଲେ।ସଙ୍ଗେସଙ୍ଗେ ରାସୋଳ ଥାନା ପୋଲିସ ଗ୍ରାମରେ ତଦନ୍ତ କରୁଛି