This browser does not support the video element.
ଲକ୍ଷ୍ମୀପୁର: ବାଲିପେଟା ଗ୍ରାମ ଠାରେ ଶ୍ରମିକ ସଚେତନ ରଥର ଶୁଭାରମ୍ଭ
Lakshmipur, Koraput | Sep 12, 2025
ଆଜି କୋରାପୁଟ ଶ୍ରମିକ ବିଭାଗ ତରଫରୁ ନାରାୟଣପାଟଣା ବ୍ଲକ ବାଲିପେଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବାଲିପେଟା ଗ୍ରାମର ଶ୍ରମିକ ହିତାକାରୀଙ୍କୁ ଶ୍ରମିକ କାର୍ଡର ସମସ୍ତ ଯୋଜନା ବିଷୟରେ ସଚେତନତା ରଥ ମାଧ୍ଯମରେ ସଚେତନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନାରାୟଣପାଟଣା ବ୍ଲକ ଚେୟାରମ୍ୟାନ ଗୋଲାଡି ତ୍ରିନାଥ ମୁଖ୍ଯ ଅତିଥି ଭାବେ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ କୁମାର ଦୋରା ନିମନ୍ତ୍ରଣ ଅତିଥି ଭାବେ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।