This browser does not support the video element.
ସୋର: କଳମଚୁଆ ଗ୍ରାମ ରେ ବିକ୍ରି ହେବାକୁ ଯାଉଥିବା ନାବାଳିକା କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ ଟିମ,
Soro, Balasore | Aug 21, 2025
ନାବାଳିକା ବିକ୍ରି ଉଦ୍ୟମ ପଣ୍ଡ କଲା ଚାଇଲ୍ଡ ଲାଇନ ଟିମ lଖଇରା ଥାନା ହରିପୁର ପଞ୍ଚାୟତ ଅଧିନ କଳମଚୁଆ ଗ୍ରାମରେ ଜଣେ ନାବାଳିକା କୁ ବିକ୍ରି ପାଇଁ ଉଦ୍ୟମ କରାଯାଉଥିବା ନେଇ ବାଲେଶ୍ବର ଚାଇଲ୍ଡ ର ସଦସ୍ୟ ମାନେ ବିଶେଷ ସୂତ୍ରରୁ ଖବର ପାଇ ଆଜି ଗ୍ରାମରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଛନ୍ତି । ଏହି ନାବାଳିକାର ଘର ରାୟଗଡା ଜିଲାର କଲ୍ୟାଣସିଂପୁର ଥାନା ଅଞ୍ଚଳରେ ହୋଇଥିବା ବେଳେ କଳମଚୁଆ ଗ୍ରାମର ଜଣେ ବ୍ୟକ୍ତି ନାବାଳିକାକୁ ଆଣି ଘରେ ରଖି ବିକ୍ରୀପାଇଁ ପ୍ରସ୍ତୁତି ଚଳାଇଥିଲେ । ଚାଇଲ୍ଡ ଲାଇନ ଟିମର ସଦସ୍ୟ ମାନେ ଖଇରା ପୋଲିସ ସହାୟତରେ ଉକ୍ତ ନାବାଳିକା କୁ ଉଦ୍ଧାର କରିଥିଲେ l