This browser does not support the video element.
ବାରିପଦା ମ୍ୟୁନିସିପାଲଟି: ବର୍ତ୍ତନା ଗ୍ରାମର ଦୁଷ୍କର୍ମକାରୀକୁ ୨୦ବର୍ଷ କାରାଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ ପୋକସୋ କୋର୍ଟ
Baripada M, Mayurbhanj | Sep 9, 2025
ମୟୂରଭଞ୍ଜ ଆଡ଼ ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ ପୋକସୋ କୋର୍ଟରେ ମଙ୍ଗଳବାର ଦିନ ଏକ ମହିଳା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସନ୍ତୋଷ କୁମାର ନାୟକ ଏହାର ବିଚାର କରି ଅଭିଯୁକ୍ତକୁ ୨୦ବର୍ଷର କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୨୦ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୧ବର୍ଷ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଆସାମୀ ଜଣକ ହେଲେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ବର୍ତ୍ତନା ଗ୍ରାମର ୩୫ ବର୍ଷୀୟା ବିନୋଦ ରାମ।