This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ନବ ମାତୃକା ପୂଜା ପାଇଁ ବି ବି ସି ସି ବ୍ୟାଙ୍କ ସଭା ଗୃହରେ ବୈଠକ ଓ ସାମ୍ବାଦିକ ସମ୍ମିଳନୀ
Baleshwar M, Balasore | Sep 6, 2025
ରେମୁଣା ନବ ମାତୃକା ପୂଜା କମିଟି ଚଳିତ ବର୍ଷ ଉତ୍ତର ଓଡ଼ିଶା ସ୍ତରୀୟ ନବ ମାତୃକା ପୂଜା-୨୦୨୫ ବାଲେଶ୍ଵର ସହରର ବ୍ରିଟ କଲ୍ୟାଣ ମଣ୍ଡପ ଠାରେ ଅକ୍ଟବର ୧ ତାରିଖ ମହାନବମୀ ତିଥି ରେ ଆୟୋଜନ କରିବାକୁ ଯାଉଛି।ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ୫ ଟାରେ ବି ବି ସି ସି ବ୍ୟାଙ୍କ ସମ୍ମିଳନୀ କକ୍ଷରେ କମିଟି ର ଏକ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।କମିଟିର ସଭାପତି ଡ ଭାଗବତ ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ,ଚଳିତ ବର୍ଷ ଉତ୍ତର ଓଡ଼ିଶାର ୪ ଟି ଜିଲ୍ଲାର ମାଆ ମାନେ ପୂଜା ପାଇବେ ବୋଲି କହିଥିଲେ।