Download Now Banner

This browser does not support the video element.

ଗୋବିନ୍ଦପୁର: ଦଲକିବାହାଲ ଠାରେ କିସାନ ସମାଜ ଆଞ୍ଚଳିକ ଗୁଡ଼ି ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Govindpur, Sambalpur | Aug 31, 2025
ବାମରା ବ୍ଲକ ଅନ୍ତର୍ଗତ ଦଲକିବାହାଲ ଠାରେ କିସାନ ସମାଜ ଆଞ୍ଚଳିକ ଗୁଡ଼ି ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ରେ କିନାବଗା, ସାଗରା, ରବଗା , ମୁଣ୍ଡଲେସା, ଯୌତୁକ ବାହାଲ ଓ ଦଲକିବାହାଲ ଗ୍ରାମ ରୁ ଗୁଡ଼ି ସଦସ୍ୟ ମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟ ତଥା ଗୁଡ଼ି ସଭାପତି କୃଷ୍ଣ ଚନ୍ଦ୍ର ଟୋପ୍ପୋ, ସୁବନ୍ କୁଜୁର, କେଶବ ବାଡ଼ା, ଶତ୍ରୁଘ୍ନ ବାଗ, ଝାରୁ ମାଝୀ ଓ ଗୁଣନିଧି କୁଜୁରଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇ ଉତ୍ସାହିତ କରିବା ସହ ନୂଆଖାଇ ଭେଟଘାଟ ର ଉଦ୍ଦେଶ୍ୟ କୁ ବୁଝାଇଥିଲେ।
Read More News
T & CPrivacy PolicyContact Us