This browser does not support the video element.
ସିମୁଳିଆ: ବାଉରୀପଦା ଆଦର୍ଶ ବିଦ୍ୟାଳୟ ନିକଟରେ ରାସ୍ତା କଡ଼ ରେ ବନ୍ଧୁକ ଉଦ୍ଧାର କରି ପୋଲିସ ଜିମା ଦେଲେ ସରପଞ୍ଚ,
Similia, Balasore | Sep 12, 2025
ରାସ୍ତା କଡ଼ ରୁ ବନ୍ଧୁକ ଉଦ୍ଧାର କରି ପୋଲିସ ଜିମା ଦେଲେ ସରପଞ୍ଚ l ସିମୁଳିଆ ଥାନା ଅନ୍ତର୍ଗତ ବାଉରୀପଦା ପଂଚାୟତ ର ସରପଞ୍ଚ ଧରଣୀ ଧର ନାୟକ ଆଜି ସକାଳ ମର୍ଣ୍ଣିୱାର୍କ କରୁଥିବା ବେଳେ ଆଦର୍ଶ ବିଦ୍ୟାଳୟ ନିକଟରେ ରାସ୍ତା କଡ଼ ରେ ଏକ ବନ୍ଧୁକ ପଡ଼ିଥିବା ର ଦେଖିବାକୁ ପାଇଥିଲେ ପ୍ରଥମେ ଖେଳଣା ବନ୍ଧୁକ ଭାବିଥିଲେ ପରେ ପାଖକୁ ଯାଇ ଦେଖିବା ପରେ ଅସଲି ବନ୍ଧୁକ ବୋଲି ଜାଣିବାକୁ ପାଇଥିଲେ l ପରେ ବନ୍ଧୁକ ରେ ଥିବା ଅଫୁଟା ଗୁଳି କୁ ବାହାରେ କରି ଆଜି ରେ ସିମୁଳିଆ ଥାନା ପହଁଚି ବନ୍ଧୁକ କୁ ପୋଲିସ ଜିମା ଦେଇଥିଲେ l ବନ୍ଧୁକ କାହାର କେମିତି ଆସିଲା ପୋଲିସ ତଦନ୍ତ ପରେ ଜଣା ପଡିବ l