This browser does not support the video element.
ବିଷମକଟକ: ରାୟଗଡାରେ ବଜ୍ରପାତ ଓ ଝଡ଼ତୋଫାନ ପାଇଁ ପାଣିପାଗର ୟେଲୋ ଓାର୍ଣିଂ, ବର୍ଷା ପ୍ରବଳ ହେବାର ସମ୍ଭାବନା ।
Bishamakatak, Rayagada | Jul 11, 2025
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରାୟଗଡା ଜିଲ୍ଲାକୁ ଝଡ଼ବର୍ଷା/ବଜ୍ରପାତ, ଝଡ଼ତୋଫାନ ଏବଂ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ଶୁକ୍ରବାର ଦିନ ଅପରାହ୍ନ ୨ଟା ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ଆସନ୍ତା ଜୁଲାଇ ୧୩ରୁ ୧୪ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣି ଜାରି କରାଯିବା ସହିତ ଝଡ଼ବର୍ଷା/ବଜ୍ରପାତ, ଝଡ଼ତୋଫାନ ଏବଂ ପ୍ରବଳ ବର୍ଷା ସତର୍କତା ଜାରୀ କରାଯାଇଛି । ଏହାସହ ଜିଲ୍ଲାରେ 30 ରୁ 40 କିମି ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ସହ ୭ ସେଣ୍ଟିମିଟରରୁ 11 ସେଣ୍ଟିମିଟର ବର୍ଷା ହେବା ନେଇ ଅନୁମାନ କରାଯାଇଛି ।