This browser does not support the video element.
ମାଲକାନଗିରି: ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ମୁଦୁଲିପଡା ପଞ୍ଚାୟତର ବଣ୍ଡାଘାଟି ଗସ୍ତକରି ପ୍ରତିକ୍ରିୟା ରଖିଛନ୍ତି
Malkangiri, Malkangiri | Sep 10, 2025
ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ପଞ୍ଚାୟତର ବଣ୍ଡାଘାଟି ଗସ୍ତ କରିଛନ୍ତି। ରାଜ୍ୟପାଳ ଡ. କମ୍ଭମପାଟି କୋରାପୁଟ ରୁ , ମାଲକାନଗିରି ଜିଲ୍ଲାର ପ୍ରବେଶ ଦ୍ୱାର ଗୋବିନ୍ଦପାଲିରେ ପହଁଚିବା ପରେ ମାଲକାନଗିରି ବିଧାୟକ ନରସିଂହ ମାଡକାମି,ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲାପାଳ ସୋମେଶ ଉପାଧ୍ୟୟ , ଏସପି, ଡିଏଫଓ, ରାଜ୍ୟପାଳଙ୍କୁ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ବନ ବିଭାଗ ଡାକ ବଙ୍ଗଳା କୁ ପାଛୋଟି ନେଇଥିଲେ । ଏହା ପରେ ରାଜ୍ୟପାଳ ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ବିଭିନ୍ନ ସ୍ଥାନ ଯାଇଥିଲେ।