This browser does not support the video element.
ବରଗଡ: ପୂର୍ବତନ ବିଧାୟକଙ୍କୁ ବରଗଡ଼ ସହର ସ୍ଥିତ ତାଙ୍କ ବାସଭବନରେ ଶୁଭେଚ୍ଛା ଜଣାଇଲେ ବିଜୁ ଛାତ୍ର ଜନତା ଦଳ
Bargarh, Bargarh (Baragarh) | Aug 27, 2025
ବରଗଡ଼ର ପୂର୍ବତନ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ବିଜୁ ଛାତ୍ର ଜନତା ଦଳର ସଦସ୍ୟ | ବିରୋଧୀ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ବିଜୁ ଛାତ୍ର ଜନତା ଦଳର ସିନିଅର ଜେନେରାଲ ସେକ୍ରେଟାରୀ ଭାବେ ଦାୟିତ୍ୱ ଦେଇଥିବାରୁ ବୁଧବାର ଦିବା 11 ଘଣ୍ଟା ସମୟରେ ଶ୍ରୀ ଆଚାର୍ଯ୍ୟଙ୍କ ବାସଭବନରେ ତାଙ୍କୁ ବରଗଡ଼ ବିଜୁ ଛାତ୍ର ଜନତା ଦଳର ସଦସ୍ୟ ଭେଟି ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଛାତ୍ର ସଂଗଠନକୁ ଆହୁରି ମଜବୁତ କରି ଛାତ୍ରଙ୍କ ସମସ୍ୟାକୁ ନେଇ ଲଢେଇ କରିବେ ବୋଲି ଜଣାଇଛନ୍ତି ।