This browser does not support the video element.
ଗୋବିନ୍ଦପୁର: ବାମରା ମସଜିଦପଡ଼ା ରୁ ଚୋରି ବାଇକ୍ ଅନଗୁଲ ଜିଲ୍ଲା ରୁ ଉଦ୍ଧାର, ଜଣେ ଗିରଫ
Govindpur, Sambalpur | Sep 13, 2025
ବାମରା ମସଜିଦ୍ ପଡ଼ାର ଏମଡି ଆଦିଲ ନିଜ ଘର ସାମନା ରେ ବାଇକ୍ ରଖିଥିବା ବେଳେ ଗତ ସୋମବାର ରାତିରେ କେହି ଦୃର୍ବୁତ୍ତ ଉକ୍ତ ବାଇକ୍ କୁ ଚୋରି କରି ନେଇଥିଲେ। ଏନେଇ ସେ ଗୋବିନ୍ଦପୁର ଥାନା ରେ ଅଭିଯୋଗ କରିଥିବା ବେଳେ ଅଭିଯୋଗ କୁ ଭିତ୍ତିକରି ପୋଲିସ ଘଟଣା ର ଯାଞ୍ଚ ଜାରି ରଖିଥିଲେ। ଚୋରି ହୋଇଥିବା ବାଇକ୍ ଅନଗୁଲ ଜିଲ୍ଲା ଅଞ୍ଚଳ ରେ ଥିବା ସୂଚନା ପାଇ ଅନଗୁଲ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବୁଦଲିମୁଣ୍ଡା ଗ୍ରାମରୁ ବାଇକ୍ ଉଦ୍ଧାର କରିବା ସହ ବାଇକ୍ ଚୋରି ଘଟଣା ରେ ସେହି ଗ୍ରାମର ପୁରନ୍ଦର ବେହେରା ଙ୍କ ପୁଅ ରବୀନ୍ଦ୍ର ବେହେରା ଙ୍କୁ ଶନିବାର ଦିନ ଗିରଫ କରିଥିବା ଜଣାପଡିଛି।