This browser does not support the video element.
ଜଗତସିଂହପୁର: ତରତଙ୍ଗ ପଞ୍ଚାୟତର ଅଗ୍ନିବିପନ ପରିବାରକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ବିଧାୟକ ଅମରେନ୍ଦ୍ର ଦାସ
Jagatsinghapur, Jagatsinghpur | Aug 28, 2025
ତରତଙ୍ଗ ପଞ୍ଚାୟତରେ ଅଗ୍ନିବିପନ ପରିବାର ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇଲେ ବିଧାୟକ ଅମରେନ୍ଦ୍ର ଦାସ । ଆଜି ଦିନ ୪ ଟା ସମୟରେ ଅଗ୍ନିବିପନ ବିରବର ଭୋଇଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ବିଧାୟକ । ସୂଚନାଯୋଗ୍ୟ ଯେ ଗତ ରାତିରେ ତରତଙ୍ଗ ଗ୍ରାମର ବିରବର ଭୋଇଙ୍କ ଗୁହାଳ ଘରେ ନିଆଁ ଲାଗି ଦୁଇଟି ଗାଈ ଗୁରୁତର ହେବା ସହ ଗୁହାଳଟି ସମ୍ପୂର୍ଣ ପୋଡି ନଷ୍ଟ ହୋଇଯାଇଥିଲା ।ପରେ ଆଜି ଖବର ପାଇ ଅଗ୍ନିବିପନ ପରିବାର ନିକଟରେ ପହଞ୍ଚି ସହାୟତାର ହାତ ବଢ଼େଇଥିଲେ ବିଧାୟକ