Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ରେଳବାଇ ଡିଆରଏମଙ୍କ ଜିଲ୍ଲା ଗସ୍ତ; ବାରିପଦା ରେଳଷ୍ଟେସନ କଲେ ପରିଦର୍ଶନ କରି ନୂତନ ରେଳପଥ ନେଇ କଲେ ଅନୁଧ୍ୟାନ

Baripada M, Mayurbhanj | Aug 23, 2025
ଖଡ଼ଗପୁର ସ୍ଥିତ ଦକ୍ଷିଣ ପୂର୍ବ ରେଳବାଇର ଡିଆରଏମ ଲଳିତ ମୋହନ ପାଣ୍ଡେ ଶନିବାର ଦିନିକିଆ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ରୁପ୍ସା ଠାରୁ ଆରମ୍ଭ କରି ବାଙ୍ଗିରିପୋଷି ପର୍ଯ୍ୟନ୍ତ ରେଳପଥର ଅନୁଧ୍ୟାନ ସମେତ ବାରିପଦା, ବାଙ୍ଗିରିପୋଷି ରେଳ ଷ୍ଟେସନ ପରିଦର୍ଶନ କରିଥିଲେ। ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲାରୁ ଆଗାମୀ ଦିନରେ ଆରମ୍ଭ ହେବାକୁ ଥିବା ଦୁଇ ଗୋଟି ନୂତନ ରେଳପଥ ନିର୍ମାଣ କାର୍ଯ୍ୟ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥି ସହିତ ଆନୁଷଙ୍ଗିକ ବ୍ୟବସ୍ଥା ଆଦିର ଅନୁଧ୍ୟାନ କରିବା ସହ ରେଳ ବିଭାଗ ଅଧିକାରୀ ମାନଙ୍କ ସହ ଆଲୋଚନା ବୈଠକ କରିଛନ୍ତି।
Read More News
T & CPrivacy PolicyContact Us