This browser does not support the video element.
ଭଞ୍ଜନଗର: ନାରୀଙ୍ଗିପଲ୍ଲୀ ଗାଁରେ ସାପ କାମୁଡାରେ ଜଣେ ମୃତ
Bhanjanagar, Ganjam | May 25, 2025
ଭଂଜନଗର ଥାନା ଅନ୍ତର୍ଗତ ବାଇବାଲି ନିକଟସ୍ଥ ନାରିଙ୍ଗିପଲ୍ଲୀ ଗାଁର ନଟିଆ ପ୍ରଧାନଙ୍କ, ୯ ବର୍ଷର ଝିଅ ତେଜସ୍ବିନୀ ଘରେ ଶୋଇଥିବା ବେଳେ ବିଷଧର ସାପ କାମୁଡାରେ ଗୁରୁତର ହୋଇଥିଲେ । ତାଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିନ ୪ ଟା ସମୟରେ ମୃତ୍ୟୁ ହୋଇଥିଲା । ଏନେଇ ଭଂଜନଗର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସେହିଭଳି ତାରାସିଙ୍ଗି ଥାନା ଅନ୍ତର୍ଗତ ବେରୁହାଁବାଡି ଗ୍ରାମର ସନ୍ତୋଷ ନାୟକଙ୍କ ୧୮ ବର୍ଷର ଝିଅ ସୁଜାତା, ସାପ କାମୁଡାରେ ଗୁରୁତର ଅସୁସ୍ଥ ହୋଇ