This browser does not support the video element.
ବଲାଙ୍ଗୀର: କନ୍ଦା ଜୁରୀ ଗ୍ରାମରେ ୭୩ବର୍ଷୀୟ ବିଷ୍ଣୁ ପ୍ରଧାନ କୀଟନାଶକ ସେବନ କରି ଆତ୍ମହତ୍ୟା
Balangir, Balangir | Sep 8, 2025
ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଥାନା ଅନ୍ତର୍ଗତ କନ୍ଦା ଜୁରୀ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ୭୩ ବର୍ଷୀୟ ବିଷ୍ଣୁ ପ୍ରଧାନ କୀଟନାଶକ ସେବନ କରି ଜୀବନ ହରାଇଛନ୍ତି। ପରିବାର ସଦସ୍ୟମାନେ ଅସୁସ୍ଥାବସ୍ଥାରେ ତାଙ୍କୁ ଭୀମ ଭୋଇ ମେଡିକାଲକୁ ନେଇଥିବା ସତ୍ୱେ ଚିକିତ୍ସକମାନେ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳକୁ ପହଞ୍ଚି, ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ପରୀକ୍ଷା ପରେ ମୃତଦେହ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ବୋଲି ଆଜି ରାତି 8ଟା ସମୟରେ ଜଣା ପଡିଛି ଘଟଣାକୁ ନେଇ ଗ୍ରାମ ଓ ପରିବାରରେ ଶୋକର ଛାୟା ବିସ୍ତାରିତ ହୋଇଛି। ପୋଲିସ ଅଧିକ ତଦନ୍ତ କରୁଛି।