This browser does not support the video element.
କବିସୂର୍ଯ୍ୟନଗର: ବାଣିଆବାଡ଼ି ନିକଟରୁ ଚୋରା ମଦ ଜବତ ସହ ଜଣକୁ ଗିରଫ କଲା ବେଗୁନିଆପଡା ପୋଲିସ
Kabisuryanagar, Ganjam | Sep 13, 2025
ବେଗୁନିଆପଡା ଥାନା ଅନ୍ତର୍ଗତ ସୁମଣ୍ଡଳ ପଂଚାୟତ ବାଣିଆବାଡ଼ି ନିକଟରେ ଚୋରା ମଦ ବିକ୍ରି କରୁଥିବା ସମୟରେ ପୋଲିସ ଖବର ପାଇ ଚଢ଼ାଉ କରିଥିଲା । ସାଙ୍କୁଡ଼ା ପଂଚାୟତ ଲଛିପୁର ଗ୍ରାମର ସହଦେଵ ଦାଶ ଙ୍କ ପୁଅ ସୁଶାନ୍ତ ଦାଶ ଚୋରା ମଦ ବିକ୍ରି କରୁଥିବା ସମୟରେ ପୋଲିସ ଚଢ଼ାଉ କରିଥିଲା। ତାଙ୍କ ନିକଟରୁ 65 ଲିଟର 400 ମିଲି ଲିଟର ଚୋରା ମଦ ଜବତ କରିଥିଲା । ସୁଶାନ୍ତ ଙ୍କୁ ଗିରଫ କରିଵା ସହ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଶନିବାର ସନ୍ଧ୍ୟା 7 ଘଣ୍ଟ ସମୟରେ ପୋଲିସ ସୂଚନା ଦେଇଛି।