Download Now Banner

This browser does not support the video element.

ଦେବଗଡ: ଔତଳ ଗ୍ରାମରେ ବୃଦ୍ଧ ବାପାଙ୍କୁ ହାଣି ହତ୍ୟା ପରେ ମାଟି ଖୋଳି ଶବ ପୋତିଦେଲା ଶଇତାନ ପୁଅ

Debagarh, Debagarh (Deogarh) | Oct 8, 2025
ବୃଦ୍ଧ ବାପାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ହତ୍ୟା କଲା ପରେ ମାଟି ଖୋଳି ଶବ ପୋତି ଦେଲା ପୁଅ । ଦେବଗଡ ଜିଲ୍ଲା ବାରକୋଟ ଥାନା ଔତଳ ଗ୍ରାମରେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ବଳଭଦ୍ର ବେହେରାଙ୍କୁ ତାଙ୍କ ପୁଅ ହୃଦାନନ୍ଦ ବେହେରା ଆଜି ସକାଳୁ ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ଘର ସମ୍ମୁଖ ଚାଷ ଜମିରେ ମାଟି ଖୋଳି ଶବ ପୋତି ଦେଇଥିଲା । ସୂଚନା ଅନୁଯାୟୀ ଆଜି ସକାଳୁ ଗୃହପାଳିତ ଏକ ମେଣ୍ଢାର ମାଂସ ବିକ୍ରି କରିବା ପାଇଁ ହୃଦାନନ୍ଦ ନେଉଥିଲେ । ଉକ୍ତ ମେଣ୍ଢାର ମାଂସ ବିକ୍ରି ପାଇଁ ତାଙ୍କ ବାପା ବାରଣ କରିଥିଲେ । ଏହାକୁ ନେଇ ବାପ, ପୁଅ ମଧ୍ୟରେ ବଚସା ହୋଇଥିଲା ।
Read More News
T & CPrivacy PolicyContact Us