This browser does not support the video element.
ଦେବଗଡ: ମଧ୍ୟପୁର ଗ୍ରାମରେ ବିଷାକ୍ତ ସର୍ପ ଦଂଶନରେ ଅବସରପ୍ରାପ୍ତ ଶିକ୍ଷକ ମୃତ
Debagarh, Debagarh (Deogarh) | Sep 8, 2025
ବିଷାକ୍ତ ସର୍ପ ଦଂଶନରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ମୃତକ ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ମଧ୍ୟପୁର ଗ୍ରାମର ନରୋତମ ଧଳ (୬୧) ବୋଲି ଜଣାପଡିଛି । ନରୋତମ ଆଜି ସକାଳୁ ମଧ୍ୟପୁର ଗ୍ରାମର ବେଗୁନାପଶି ଅଂଚଳକୁ ଘାସ କାଟିବାକୁ ଯାଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସର୍ପ ଦଂଶନ କରିଥିଲା । କିଛି ସମୟ ଭିତରେ ସେ ଗୁରୁତର ହୋଇ ପଡିଥିବା ବେଳେ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ପାଲଲହଡା ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ନରୋତମଙ୍କୁ ମୃତ ଘୋଷଣା କରିଥିଲେ ।