This browser does not support the video element.
ବରଗଡ: ବିଜୁ ପଟ୍ଟନାୟକ ଟାଉନ ହଲରେ ଆୟୋଜିତ ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଙ୍ଘର ବାର୍ଷିକ ସମ୍ବିଳନୀରେ ଯୋଗଦେଲେ ବରଗଡ଼ ବିଧାୟକ
Bargarh, Bargarh (Baragarh) | Aug 24, 2025
ପଶ୍ଚିମ ଓଡିଶା ଧନୁଯାତ୍ରା କଳାକାର ସଙ୍ଘ ର ବାର୍ଷିକ ସମ୍ମିଳନୀ ରବିବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ସ୍ଥାନୀୟ ବିଜୁପଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି | ପଶ୍ଚିମ ଓଡିଶା ର କୋଣ ଅନୁକୋଣ ରୁ ଅନେକ ବରିଷ୍ଠ କଳାକାର ମାନେ ଯୋଗ ଦେଇଥିଲେ l ତେବେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗ ଦେଇଥିଲେ | ସଙ୍ଘ ର ସମ୍ପାଦକ ଜଗଦାନନ୍ଦ ମିଶ୍ର ବିଧାୟକ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ କଳାକାର ମାନଙ୍କ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l