This browser does not support the video element.
ଆନନ୍ଦପୁର: ଭୀମ ଆର୍ମି ପକ୍ଷରୁ ସରକାରଙ୍କ ବିଜ୍ଞପ୍ତି ବିରୁଦ୍ଧରେ ଆନନ୍ଦପୁର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ
Anandapur, Kendujhar | Sep 10, 2025
ଭୀମ ଆର୍ମି ସଂଗଠନ ପକ୍ଷରୁ ବିଜ୍ଞପ୍ତି ବିରୁଦ୍ଧରେ ଆଜି ଦିନ ୧୧ଟା ବେଳେ ଆନନ୍ଦପୁର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରଯାଇଛି। ଗତ ଅଗଷ୍ଟ ୩୦ ତାରିଖରେ ରାଜ୍ଯ ସରକାର ଗୃହ ବିଭାଗ ମାଧ୍ୟମରେ ପ୍ରକାଶିତ କରିଥିବା ବିଜ୍ଞପ୍ତି ବିରୋଧରେ ଆଜି ସାରା ରାଜ୍ୟରେ ଏସ.ସି, ଏସ.ଟି ବର୍ଗ ର ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି କୁ ତୁରନ୍ତ ରଦ୍ଦ କରିବା ସହିତ ଏସ.ସି, ଏସ.ଟି ମାମଲା ଗୁଡ଼ିକ ଏସ.ଡି.ପି.ଓ କିମ୍ବା ଏସ. ପି ସ୍ତରର ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଇବାକୁ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି।