This browser does not support the video element.
ବାରିପଦା ମ୍ୟୁନିସିପାଲଟି: ୧୫ ଦିନରେ ଅମଲାଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି, ଜିଲ୍ଲାପାଳଙ୍କ ଅଫିସରେ ମତଦେଲେ ସେକ୍ସନ ଅଫିସର
Baripada M, Mayurbhanj | Aug 25, 2025
ସରକାରଙ୍କ ବାରମ୍ବାର ଚେତାବନୀ ପରେ ବି ଜିଦ୍ ରେ ଅଟଳ ରାଜସ୍ବ ଅମଲା ସଂଘ। ନା ଚାକିରି ଯିବାର ଭୟ ନା ବରଖାସ୍ତ ହେବାର ଡର। ଆଜିକୁ ୧୫ ଦିନ ହେଲାଣି ନିଜ ୧୦ ଦଫା ଦାବୀ କୁ ନେଇ ରାଜ୍ୟ ସାରା ଅମଲା ମାନେ ବସିଛନ୍ତି ଧାରଣା ରେ। ପୁରା ରାଜ୍ୟରେ ରାଜସ୍ବ ବିଭାଗ ଏକ ପ୍ରକାର ଠପ୍ ପଡ଼ିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଙ୍କ ପକ୍ଷରୁ କୌଣସି ଫଳପ୍ରଦ ଆଲୋଚନା ହୋଇ ନଥିବାର ଅଭିଯୋଗ କରିଛନ୍ତି ମୟୂରଭଞ୍ଜ ରାଜସ୍ବ ଅମଲା ସଂଘ। ଏନେଇ ସୋମବାର ଦିନ ପ୍ରାୟ ୨ଟାରେ ମତ ଦେଲେ ଜିଲ୍ଲାପାଳ କାର୍ଯ୍ୟାଳୟର ସେକ୍ସନ ଅଫିସର ପାର୍ଥସାରଥୀ ଦାସ।