Download Now Banner

This browser does not support the video element.

ଲକ୍ଷ୍ମୀପୁର: ବଜ୍ରପାତରେ ୨ ଗୋରୁ ଜଗୁଆଳି ଗୁରୁତର, ଦଶମନ୍ତପୁର ମେଡିକାଲରେ ଚିକିତ୍ସିତ

Lakshmipur, Koraput | Sep 10, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦରମହକୁମା ଠାରେ ବଜ୍ରାପାତର ଦୁଇ ଜଣ ଗୋରୁ ଜଗୁଆଳି ଗୁରୁତର ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇ ଥିବା ଜଣାପଡିଛି। ଜଗୁଆଳି ମାନେ ହେଲେ ସଦର ପଞ୍ଚାୟତ ଅଧିନସ୍ଥ ଉପର ଗୌଡ଼ ସାହିରେ ରହୁଥିବା, ଦୁଲଭ ଗୌଡ଼ ଏବଂ ଟେଲି ମୁଦୁଲି । ଆଜି ଅପରାହ୍ନ ୪ଟା ସମୟରେ ଗାଁ ନିକଟସ୍ଥ ପାହାଡ଼ରେ ଗୋରୁ ଚରାଇବାକୁ ଯାଇ ଥିଲେ। ହଠାତ୍ କଳା ମେଘ ଉଠି ପବନ ସହ ଘଡ଼ଘଡ଼ି ବର୍ଷ ହୋଇ ଥିଲା ‌ ଏହି ସମୟରେ ବଜ୍ରପାତ ମଧ୍ୟ ଘଟିଥିଲା। ଯାହା ଫଳରେ ଦୁଲଭ ଗୌଡ଼ ଚେତା ଶୂନ୍ୟ ହୋଇ ତଳେ ପଡି ଯାଇ ଥିବା ବେଳେ ଟେଲି ମୁଦୁଲି କୁ ସାମାନ୍ୟ ଆଘାତ ହୋଇ ଥିବା ଜଣାପଡିଛି।
Read More News
T & CPrivacy PolicyContact Us