Download Now Banner

This browser does not support the video element.

ସୋର: ଦହିସଡା ଛକ ନିକଟରେ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଚଢ଼ାଉ, ସ୍କୁଟି ସହ ଦେଶୀମଦ ଜବତ, ଅଭିଯୁକ୍ତ ଗିରଫ

Soro, Balasore | Sep 7, 2025
କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, କଟକ, ୟୁନିଟ -୨ ତରଫରୁ ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ଛକରେ ଚଢ଼ାଉ କରାଯାଇ ସ୍କୁଟି ସହ ଦେଶୀମଦ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି।କେନ୍ଦ୍ରାଞ୍ଚଳ ଅବକାରୀ ଆଇଆଇସି ଧିରେନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଆଜି ମଧ୍ୟାହ୍ନରେ ଦହିସଡା ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଆସୁଥିବା ଓଡି ୦୧କେ ୬୩୬୯ ନମ୍ବର ବିଶିଷ୍ଟ ସ୍କୁଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସେଥିରେ ୧୦୦ ଲିଟର ଦେଶୀମଦ ଚାଲାଣ ହେଉଥିବା ଜାଣିପାରି ସ୍କୁଟି ସହ ମଦକୁ ଜବତ କରିଥିଲେ।
Read More News
T & CPrivacy PolicyContact Us