This browser does not support the video element.
ଝାରସୁଗୁଡା: ଜିଲ୍ଲା କାର୍ଯ୍ୟାଳୟରେ ଝାରସୁଗୁଡା ଜିଲ୍ଲାପାଲଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗ ଗୁଡିକର ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ
Jharsuguda, Jharsuguda | Sep 4, 2025
ଝାରସୁଗୁଡା ଜିଲ୍ଲା କାର୍ଯ୍ୟାଳୟ ଠାରେ ଝାରସୁଗୁଡା ଜିଲ୍ଲାପାଲ କୁନାଲ ମୋତିରାମ ଚୌହାଣଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗ ଗୁଡିକର ବିଭିନ୍ନ ପ୍ରକଳ୍ପ ଉପରେ ଆଜି ଦିନ ଚାରିଟା ସମୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରାମୀଣ ଉନ୍ନୟନ, ଜାତୀୟ ରାଜପଥ, ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ, TPWODL, କ୍ଷୁଦ୍ର ଜଳସେଚନ, ଓଡ଼ିଶା ଉଠା ଜଳସେଚନ ନିଗମ ଓ ମେଗାଲିଫ୍ଟ ବିଭାଗଗୁଡିକର ଅଧୀନରେ ଥିବା ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା କରାଯାଇଥିଲା। ଅନୁଷ୍ଠିତ ଏହି ବୈଠକରେ ସମ୍ପୃକ୍ତ ପ୍ରକଳ୍ପଗୁଡିକର ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।