Download Now Banner

This browser does not support the video element.

ସୋର: ବେଗୁନିଆ ନିକଟରେ ଅଜଣା ଗାଡି ଧକାରେ ସୋର ଥାନାରେ କାର୍ଯ୍ୟରତ ଜଣେ ଗୃହରକ୍ଷୀଙ୍କର ମୃତ୍ୟୁ

Soro, Balasore | Sep 11, 2025
ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥ ବେଗୁନିଆ ଛକ ନିକଟରେ ଏକ ଅଜଣା ଗାଡି ଧକାରେ ସୋର ଥାନାରେ କାର୍ଯ୍ୟରତ ଜଣେ ଗୃହରକ୍ଷୀଙ୍କର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ ବାଗୁଡ଼ି ଗ୍ରାମର କୈଳାସ ବେହେରା (ବ୍ରାସ ନମ୍ବର ଏଚ ଜି -୨୧) ସୋର ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟରତ ଥିଲେ। ସରକାରଙ୍କ ନିର୍ଦ୍ଧେଶ ଅନୁସାରେ କୈଳାସ ଆଜି ସକାଳେ ବାଲେଶ୍ୱରରେ ହେଉଥିବା ଓଡ୍ରାପ ଟ୍ରେନିଂ ପାଇଁ ବାଲେଶ୍ୱର ଯାଇଥିଲେ। ସେଠାରୁ ଟ୍ରେନିଂ ସାରି ବାଇକ ଯୋଗେ ବାଗୁଡ଼ି ଫେରୁଥିବା ବେଳେ ବେଗୁନିଆ ଛକ ନିକଟରେ ଏକ ଅଜଣା ଗାଡି ତାଙ୍କ ବାଇକକୁ ଧକା ଦେଇ ଫେରାର ହୋଇଯାଇଥିଲା।
Read More News
T & CPrivacy PolicyContact Us