This browser does not support the video element.
ସୋନପୁର: ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ ନିଜ ଅଫିସରେ ଆରକ୍ଷୀ ଅଧିକ୍ଷକ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
Sonapur, Subarnapur (Sonepur) | Sep 3, 2025
ଅପରେସନ ପ୍ରହାର ରେ ଧରା ପଡ଼ିଲା ଗଂଜେଇ ଚୋରା ଚାଲାଣ । ୬୪ କେଜି ଗଞ୍ଜେଇ ଓ ୱାଗନର ଗାଡି ସହ ଦୁଇ ଅଭିଯୁକ୍ତ ଗିରଫ । ସୂଚନା ଅନୁସାରେ ୫୭ ନମ୍ବର ଜାତୀୟ ରାଜପଥ ଘାଟକଇଁତରା ନିକଟରେ ଗାଡିକୁ ସନ୍ଦେହ କରି ଯାଞ୍ଚ କରିଥିବାବେଳେ ଗାଡ଼ିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ । ୱାଗନର ଗାଡ଼ିଟି ବୌଦ୍ଧ ପଟୁ ଆସି ବଲାଙ୍ଗୀର ଆଡ଼କୁ ଯାଉଥିବାବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲା । ଗାଡ଼ିରେ ସର୍ବମୋଟ ୬୪ ପ୍ୟାକେଟ ଗଂଜେଇ ଥିବାବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ତରଭା ତହସିଲଦାର ଶ୍ଵେତାଲିନା ମହାଣାଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯାଇଥିଲା