This browser does not support the video element.
ଡାବୁଗାଁ: ମଇଦଲପୂର ଠାରେ ଘର ପାଚେରି ଗେଟ ତାଲା ଭାଙ୍ଗି ଚୋରି ଥାନାରେ ଏତଲା
Dabugan, Nabarangpur | Sep 24, 2025
ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ସଦର ଠାରେ ପାଚେରି ଗେଟ ତାଲା ଭାଙ୍ଗି ବାଇକ ଚୋରି ହୋଇଥିବା ନେଇ ଆଜି ଅଭିଯୋଗ ହୋଇଛି । କେସ ନଂ ୯୧/୨୫ ମାମଲା ରୁଜୁ କରି ତଦନ୍ତ ଅଧିକାରୀ ଲୋକେଶ କୁମାର ଭୋଇ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ।ବିଳମ୍ବିତ ରାତ୍ରରେ ଅନୁପ ଚନ୍ଦ୍ର ପ୍ରହରାଜ ଭଡା ଘର ରହୁଥିବା ପାଚେରି ଗେଟ ତାଲା ଭାଙ୍ଗି ଦୁବୃତ ମାନେ ତାଙ୍କର କଳା ରଙ୍ଗର ପୋଲସର ବାଇକ ଚୋରି ନେଇଛନ୍ତି । ସକାଳେ ଉଠି ଦେଖିବା ପରେ ବାଇକ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ପରେ ମୈଦଲପୁର ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।