This browser does not support the video element.
ସୁକିନ୍ଦା: ସୁକିନ୍ଦା ହନୁମାନ ଛକ ପାଖ 53 ନଂ ଜାତୀୟ ରାଜପଥରେ ବାଇକରୁ ପଡ଼ି ଦୁଇ ଯୁବକ ଆହତ
Sukinda, Jajpur | Sep 3, 2025
ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦା ହନୁମାନ ଛକ ପାଖ 53 ନଂ ଜାତୀୟ ରାଜପଥରେ ବୁଧବାର ଅପରାହ୍ନ 5 ଘଟିକା ସମୟରେ ବାଇକରୁ ପଡ଼ି ଦୁଇ ଯୁବକ ଆହତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ବୁଧବାର ଅପରାହ୍ନ ସମୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ପ୍ରଭାବରେ ରାଜପଥ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବା ବେଳେ ରାସ୍ତା ଘାଟ ସଠିକ୍ ଦେଖାଯାଉନଥିବା ବେଳେ ବାଇକ ଆରୋହୀ ଦୁଇ ଯୁବକ ବାଇକ ଭାରଶ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଆହତ ହୋଇଥିବା ଦେଖିବାକୁ ମିଳିଛି ।